Wq/or/କବିତା/ସନ୍ଥ କବୀର/୮୭: ପରିତ୍ୟାଗ

From Wikimedia Incubator
< Wq‎ | or

ପରିତ୍ୟାଗ [1][edit | edit source]

ହେ ସହଯାତ୍ରୀ -

ମାୟା ବନ୍ଧନ ତ୍ୟାଗ କରିବା ନୁହଁଇ ଏତେ ସହଜ,
ତ୍ୟାଗ କଲେ ତୁ ଘର ସଂସାର ପିନ୍ଧିବୁ ସାଧୁଙ୍କ ସାଜ ।

ତଥାପି ତୁ ତ ଘରକୁ ଘର ଗସ୍ତ କରିବାକୁ ଯିବୁ ।
ପୁତ୍ର ଛାଡ଼ିଲେ ଶିଷ୍ୟ ରଖିବୁ, ମୋହ ପଞ୍ଝାରେ ରହିବୁ ।

କାମ ବାସନା ତ୍ୟାଗ କରିଲେ କ୍ରୋଧ ଶାସନ କରିବ,
କ୍ରୋଧ ଛାଡ଼ିଲେ ଲୋଭ ଆସିବ, ମହା ଦାନବ ବନିବ ।

ଲୋଭ ତ୍ୟାଗରେ ସଫଳ ହେଲେ, ଗର୍ବ ତା ମୁଣ୍ଡ ଟେକିବ,
ସମ୍ମାନ ଏବଂ ଖ୍ୟାତି ପଥକୁ ଗର୍ବ ଅନୁସରି ଯିବ ।

ପ୍ରିୟ ବନ୍ଧନ ଛାଡ଼ି ପାରିଲେ ମନ ପରିତ୍ୟାଗ ହେବ,
ଯେ ହେତୁ ମୋହ ମାୟା ସମ୍ଭୁତ, କଥା କାର୍ଯ୍ୟ ଏକ ହେବ ।
କବୀର କହେ କ୍ଵଚିତ କେହି ଏ ଉପଦେଶ ରଖିବ ।

ଆଧାର[edit | edit source]

  1. www.urbanmysticbooks.com/Kabir_Excerpts.pdf