Wq/or/କବିତା/ ସନ୍ଥ କବୀର/୩୬: ହେ ମୋର ବନ୍ଧୁ ଉଠ ନିଦରୁ

From Wikimedia Incubator
ସନ୍ଥ କବୀର > ୩୬: ହେ ମୋର ବନ୍ଧୁ ଉଠ ନିଦରୁ

ହେ ମୋର ବନ୍ଧୁ ଉଠ ନିଦରୁ [1][edit | edit source]

(jâg piyârî, ab kân sowai)

ହେ ମୋର ବନ୍ଧୁ ଉଠ ନିଦରୁ, ବେଶି ଆଉ ଶୁଅ ନାହିଁ,
ରାତି ବିତିଲା, ହଜେଇ ଦେଲ, ଦିବସ ହରାଅ ନାହିଁ ।

ଯିଏ ଜାଗ୍ରତ ଥିଲେ ସେ ନେଲେ, ଦାମୀ ଅଳଙ୍କାରମାନ,
ନିର୍ବୋଧ ନାରୀ ହରେଇ ଦେଲୁ, ନିଦ୍ରାରେ ହୋଇ ମଗନ ।

ତୁମ ପ୍ରେମିକ କଲେ ଚାଲାକି, ତୁମେ ନାରୀ ଅବିବେକୀ,
ସଜେଇଲନି ବିଛଣା ତୁମ, ସ୍ଵାମୀ ତୁମ ଆସିବେକି ?

ବାଇଆ ହୋଇ କାଟିଲ ବେଳ, ଏଣୁ ତେଣୁ ଖେଳି ଖେଳ,
ଯୌବନ ତୁମ ବ୍ୟର୍ଥରେ ଗଲା, ସ୍ଵାମୀ ଚିହ୍ନି ନ ପାରିଲ ।

ହୁଅ ଜାଗ୍ରତ, ଦେଖ ବିଛଣା ରହିଛି କିପରି ଖାଲି,
ଜାଣିନ ତୁମେ, ରାତିରେ କେବେ ସ୍ଵାମୀ ଯାଇଛନ୍ତି ଚାଲି ।

କବୀର କହେ ସେହି କେବଳ ଉଠିବାକୁ କ୍ଷମ ହୁଏ,
ଯାହା ହୃଦୟ ତାଙ୍କ ସଂଗୀର ତୀରରେ ଜଖମ ହୁଏ ।

ଆଧାର[edit | edit source]

  1. http://en.wikisource.org/wiki/One_Hundred_Poems_by_Kabir