Wq/or/କବିତା/ ସନ୍ଥ କବୀର/୨୯: କବୀର କେବେଠୁ ହେଲ ବୈରାଗୀ

From Wikimedia Incubator
ସନ୍ଥ କବୀର > ୨୯: କବୀର କେବେଠୁ ହେଲ ବୈରାଗୀ

କବୀର କେବେଠୁ ହେଲ ବୈରାଗୀ [1][edit | edit source]

Kabîr kab se bhaye vairâgî
କବୀର ପ୍ରତି ଗୋରଖନାଥଙ୍କ ପ୍ରଶ୍ନ : -
କହ କବୀର,
କେବେଠୁ ଆରମ୍ଭ କଲ ଏ କର୍ମ?
କେଉଁ ସ୍ଥାନରୁ ଆରମ୍ଭ ପ୍ରେମ?
କବୀରଙ୍କର ଉତ୍ତର : -
ବହୁ ଆକାର ଅଟେ ଯାହାର,
ଆରମ୍ଭ କରି ନ ଥିଲେ ସେହି କିଛି ଖେଳର ,
ପରମ ପୁରୁଷ ଥିଲେ ଏକାକୀ,
ନ ଥିଲେ ଗୁରୁ ଶିଷ୍ୟ ସେ କାଳେ,
ଭବ ବିସ୍ତାର ନ ଥିଲା ସେ ବେଳେ ।
ହେ ଗୋରଖ,
ସେହି ସମୟେ ମୋ ସାଧୁତ୍ତ୍ଵ ହେଲା,
ଯେତେବେଳେ କି,
ବ୍ରହ୍ମଙ୍କ ପ୍ରତି ଆକର୍ଷଣ ହେଲା,
ସେତେବେଳେ,
ମୁକୁଟ ନ ଥିଲା ବ୍ରହ୍ମା ମଥାରେ,
ବିଷ୍ଣୁ ନ ଥିଲେ ରାଜା ସେ ବେଳେ,
ଶିବ ଶକ୍ତି ଜନ୍ମ ହୋଇ ନ ଥିଲା,
ସେହି ସମୟେ ଯୋଗ ପ୍ରତି ମୋ ଆସକ୍ତି ହେଲା।
ସହସା ବାରାଣସୀ ସ୍ଥାନରେ ମୁଁ ପ୍ରକଟ ହେଲି,
ତୃଷ୍ଣା ପ୍ରଭୁଙ୍କ ମୋ ସାଥେ ଆଣିଲି,
ଦେଲେ ରାମାନନ୍ଦ ଜ୍ଞନ ଆଲୋକ,
ଆଣିଥିଲି ମୁଁ ଅସୀମ ପ୍ରତି ପ୍ରଗାଢ ପ୍ରେମ,
ତାଙ୍କ ସହିତ ମୋ ସାକ୍ଷାତ ପାଇଁ,
ଆଗମନ ମୋ, ଅତି ସରଳରେ କହୁଛି ମୁହିଁ
ତାଙ୍କ ସାଥିରେ ମୋ ମିଳନ ହେବ,
ପ୍ରଭୁ ପେମ ମୋ ପୁଷ୍ପିତ ହେବ,
ଆହେ ଗୋରଖ, ତାଙ୍କ ସଙ୍ଗୀତ,
ଶୁଭୁଛି ଶୁଣ ଓ ଆଗେଇ ଚାଲ ।

ଆଧାର[edit | edit source]

  1. http://en.wikisource.org/wiki/One_Hundred_Poems_by_Kabir